Chandara Chandini

ସାଗରେ ଢେଉ ଢେଉ କା ଖେଳିବା ପାଇଁ ପାହାଡୁ ବହେ ଝରଣା ନଈ ଟେ ହେଇ
ତୋ ସାଥିରେ ବାକି ବାଟ ଚାଲିବା ପାଇଁ
ରହିଛି କାହିଁ କେବେ ଠୁ ତୋ ବାଟ ଚାହିଁ
ତୁ ଆସିଲେ ଘର ହସିବ ମୋ ଅଗଣା ତୁଳସୀ ବାସିବ
ଯେବେ ଆସିବୁ ତୁ ମୋ ଘରକୁ କନିଆ ହେଇ
ଚାନ୍ଦର ଚାନ୍ଦିନୀ ତୋ ରୂପ କୁ ନେଇ
ଲେଖିବି ମୁଁ ପ୍ରେମ ଗପ ର ବହି
….…...............................
ଇନ୍ଦ୍ରଧନୁ ର ସବୁ ସାତ ରଙ୍ଗ
ତୋ ଆଗେ ଫିକା
ତୋ ଠୁ ଆରମ୍ଭ ତୋ ଠୀ ଶେଷ ମୋ ଜୀବନ ରେଖା
ତୁ ଆସିଲେ ଝୁମିବ ମୋ ଘର
ହସ ଆଣିବ ଭାବନା ସ୍ଵର୍ଗର
ଯେବେ ଆସିବୁ ତୁ ମୋ ଘରକୁ ଘରଣୀ ହେଇ
ଚାନ୍ଦର ଚାନ୍ଦିନୀ ତୋ ରୂପ କୁ ନେଇ
ଲେଖିବି ମୁଁ ପ୍ରେମ ଗପ ର ବହି
..…....................................
ଚନ୍ଦ୍ରକଳା ର ସବୁ ରଙ୍ଗ ଢଙ୍ଗ ତୁ ଆଣିଚୁ କିଣି
ଚପଳ ତୋ ରୂପ ଆଉ ମଧୁର ତୋ କଥା ନେଉଛି ଟାଣି
ତୁ ଆସିଲେ ନଥିବ ଅନ୍ଧାର
ଘର ଦିଶିବ ଦୂରରୁ ମନ୍ଦିର
ଯେବେ ଜାଳି ବୁ ତୁ ସଂଜବତି ପ୍ରେମ ଦୀପ ଜଳେଇ
ଚାନ୍ଦର ଚାନ୍ଦିନୀ ତୋ ରୂପ କୁ ନେଇ
ଲେଖିବି ମୁଁ ପ୍ରେମ ଗପ ର ବହି

Altri artisti di Religious